ହରିୟାଣାର ଏକ ଘରୋଇ ହସ୍ପିଟାଲରେ ଆଇସିୟୁ ବେଡରେ ରୋଗୀଙ୍କୁ ଦିଆଯାଇଛି ଯୌନ ନିର୍ଯ୍ୟାତନା। ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ଭେଣ୍ଟିଲେଟରରେ ରୋଗୀ ଭାବେ ଚିକିତ୍ସିତ ହେଉଥିବା ଜଣେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ କରିଛି ସେହି ହସ୍ପିଟାଲର ଜଣେ କର୍ମଚାରୀ। ମହିଳା ଜଣଙ୍କ ଚଳପ୍ରଚଳ କରିପାରୁ ନଥିବାର ସୁଯୋଗ ନେଇ ସୈତାନ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।
ଆଉ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ହରିୟାଣାରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ୪୬ ବର୍ଷୀୟା ଏୟାର ହଷ୍ଟେଜ ଜଣଙ୍କ ଏପ୍ରିଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ ଏବଂ ସେ ଗାଧୋଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରଦିନ ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ତେବେ ମହିଳା ଜଣଙ୍କ ଭେଣ୍ଟିଲେଟରରେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ହସ୍ପିଟାଲ କର୍ମଚାରୀ ଜଣଙ୍କ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ ଏବଂ ତାଙ୍କ ଶରୀରରେ ଅଶାଳୀନ ସ୍ପର୍ଶ କରିଥିଲେ ଯାହା ମହିଳା ଜଣଙ୍କ ଜାଣିପାରୁଥିଲେ ମାତ୍ର ସେ ତାଙ୍କ ଶରୀର ଚଳପ୍ରଚଳ ପାଇଁ ଅକ୍ଷମ ଥିବାରୁ ନା ସେ ଚିତ୍କାର କରି କାହାକୁ ଡାକି ପାରୁଥିଲେ ନା ପ୍ରତିବାଦ କରିପାରୁଥିଲେ।
ଅସହାୟ ଅବସ୍ଥାରେ ଥିବା ଏୟାର ହଷ୍ଟେଜଙ୍କୁ ଆଇୟିସୁରେ ଯୌନ ଯାତନା ଦେଇ ଚାଲିଥିଲା ଯୌନ ପିପାଷୁ ହସ୍ପିଟାଲ କର୍ମଚାରୀ। ତେବେ ମହିଳା ଜଣଙ୍କ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଘରେ ସ୍ୱାମୀଙ୍କୁ ସବୁ କଥା କହିଥିଲେ। ପରେ ସ୍ୱାମୀଙ୍କ ସହ ଯାଇ ଥାନାରେ ଏକ ଲିଖିତ ମାମଲା ଦାଏର କରିବା ପରେ ପୋଲିସ ଉକ୍ତ ହସ୍ପିଟାଲର କର୍ମଚାରୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରୁଛି।












Leave a Reply