୬ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ! ସମ୍ପର୍କୀୟ ମାମୁ ଅଟକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଅମାନବୀୟ ଘଟଣା। ଜଣେ ୬ ବର୍ଷର ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ମାମୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଉଦ୍ବେଗ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ନୟାକୋଟ ଥାନା ଅଞ୍ଚଳର ୬ ବର୍ଷର ଶିଶୁକନ୍ୟାଙ୍କୁ ତାଙ୍କ ସମ୍ପର୍କୀୟ ମାମୁ ଏକ ଟ୍ରକରେ ବସାଇ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇଗୋଡ଼ା ଅଞ୍ଚଳକୁ ନେଇଥିଲା। ସେଠାରେ ଏକ ନିଛାଟିଆ ସ୍ଥାନରେ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଅଭିଯୋଗ ଅନୁଯାୟୀ, ଘଟଣାକୁ ଲୁଚାଇବା ପାଇଁ ଅଭିଯୁକ୍ତ ପରେ ପଥରରେ ଆକ୍ରମଣ କରି ଶିଶୁକନ୍ୟାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା।

ତେବେ ଶିଶୁକନ୍ୟାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ଅଭିଯୁକ୍ତକୁ କାବୁ କରି ପୁଲିସରେ ଜିମା ଦେବା ସହ ଗୁରୁତର ଆହତ ଅବସ୍ଥାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ସେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ କେନ୍ଦୁଝର ସଦର ଥାନା ପୁଲିସ ଅଭିଯୁକ୍ତ ସମ୍ପର୍କୀୟ ମାମୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ଓ ସମସ୍ତ ପରିସ୍ଥିତି ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)