ବିସ୍କୁଟ୍ କାରଖାନାରେ ନିଆଁ; ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।

ଶନିବାର ଏକ ବିସ୍କୁଟ୍ କାରଖାନାରେ ବଡ ଅଗ୍ନିକାଣ୍ଡ ଘଟିଛି। ହୁତୁ ହୁତୁ ହୋଇ ଜଳିଯାଇଛି ବିସ୍କୁଟ୍ କାରଖାନା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଘଟଣାଟି ଘଟିଛି କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ। ଆଜି ସକାଳେ ଏହି ବିସ୍କୁଟ୍ କାରଖାନାରେ ନିଆଁ ଲାଗିଯାଇଥିଲା। କାରଖାନାର କର୍ମଚାରୀ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଅଧିକ ଧୁଆଁହେଉଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହୋଇପଡ଼ିଛି। ହେଲେ ଏହି ଅଘଟଣରେ କୌଣସି କର୍ମଚାରୀଙ୍କ କିଛି କ୍ଷୟ କ୍ଷତି ହୋଇନାହିଁ। ହେଲେ ନିଆଁ ଲାଗି କାରାଖାନାରେ ଥିବା ବିସ୍କୁଟ ଗୁଡ଼ିକ ଜଳିଯାଇଛି। ତେବେ କାରାଖାନାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)