ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ; ୨୧ ଦିନ ପରେ ଭାରତ ଫେରିଲେ ଯବାନ୍‌ ।

ଶେଷରେ ଭାରତ ଆଗରେ ମୁଣ୍ତ ନୁଆଁଇଲା ପାକିସ୍ତାନ। ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ। ଅଟ୍ଟାରୀ-ୱାଘା ସୀମା ଦେଇ ଫେରିଲେ ଭାରତ। ୨୧ ଦିନ ପାକିସ୍ତାନ କବ୍‌ଜାରେ ରହିବା ପରେ ଘରକୁ ଫେରିଲେ ପୂର୍ଣ୍ଣମ କୁମାର। ଭୁଲବଶତଃ ସୀମା ଅତିକ୍ରମ କରିଥିବାରୁ ଏପ୍ରିଲ ୨୩ରୁ ପାକିସ୍ତାନରେ ଅଟକ ଥିଲେ କିନ୍ତୁ ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ। ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସାହୁଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଥିଲେ। ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା।

ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ। ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ। ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍‌। ହାର୍‌ ମାନିଲା ପାକିସ୍ତାନ,ଭାରତର ବଡ଼ କୂଟନୈତିକ ବିଜୟ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)