ଆଜି ଗର୍ଜିବ କଂଗ୍ରେସ; ଇଡି ଅଫିସ ଆଗରେ ଦେଶବ୍ୟାପୀ ପ୍ରତିବାଦ କରିବେ କଂଗ୍ରେସକର୍ମୀ

ଆଜି ଗର୍ଜିବ କଂଗ୍ରେସ। ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ। କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ। ତେବେ ଏହାର ଜବାବ ଦିଆଯିବ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଜୟରାମ। ଚାର୍ଜସିଟ ପରେ ରାଜନୈତିକ ବୟାନ ବାଜି ତେଜିଛି। କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି। ୨୦୧୨ରେ ସୁବ୍ରମଣ୍ୟମ ସ୍ବାମୀ ଟ୍ରାଏଲ କୋର୍ଟରେ ଏକ ମାମଲା ଦାୟର କରିଥିଲେ।

ଏଥିରେ ବେଆଇନ ଭାବେ ଆସୋସିଏଟେଡ୍‌ ଜର୍ଣ୍ଣାଲ ଲିମିଟେଡ, ଏଜେଏଲକୁ ୟଙ୍ଗ ଇିଣ୍ଡିଆ ଲିମିଟେଡ ଅଧିଗ୍ରହଣ କରିଥିବା ଅଭିଯୋଗ। ୨ ହଜାର କୋଟି ସମ୍ପତ୍ତି ହଡପ ପାଇଁ ଯୋଜନା ହୋଇଥିବା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ହୋଇଥିଲା। ୨୦୨୧ରେ ତଦନ୍ତ ଆରମ୍ଭ କରିଥିଲା ଇଡି । ସେପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଏନେଇ ଦଳର ସମସ୍ତ ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି, ଏହି ସ୍ୱରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)