ପୁଣି ବସିବ ଦୁଇ ଦେଶ ମଧ୍ୟରେ DGMO ସ୍ତରୀୟ ବୈଠକ ।

ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ୧୮ ଯାଏଁ ବଢ଼ିଲା ସିଜ୍ ଫାୟାର ଅବଧି। ଖୁବଶୀଘ୍ର ଦୁଇ ଦେଶର DGMO ସ୍ତରୀୟ ବୈଠକ ବସିବ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଚରମ ସୀମାରେ ରହିଛି ଉତ୍ତେଜନା।

ତୀବ୍ର ଉତ୍ତେଜନା ଭିତରେ ୧୦ ତାରିଖରେ ହୋଇଥିଲା ସିଜଫାୟାର। ପରେ ୧୨ ତାରିଖରେ ଭାରତ-ପାକିସ୍ତାନ DGMO ଆଲୋଚନାରେ ଉଭୟ ପକ୍ଷ ଗୋଟିଏ ବି ଗୁଳି ଚଲାଇବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଦୁଇ ଦେଶ ସୀମାନ୍ତରେ ସୈନ୍ୟ ହ୍ରାସ ପାଇଁ ସହମତି ପ୍ରକାଶ ପାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂରରେ ଅନେକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା ଭାରତ। ପାକିସ୍ତାନ ଏହାପରେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା ଭାରତ। ଅପରେସନ ସିନ୍ଦୂରରେ ଅନେକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା ଭାରତ।ଏଥିସହ ବିଧ୍ୱଂସୀ ବ୍ରହ୍ମୋସ କ୍ରୁଜ୍ ମିସାଇଲ ମାଧ୍ୟମରେ ପାକିସ୍ତାନର ୧୧ଟି ଏୟାରବେସକୁ ଧ୍ୱଂସ କରିଦେଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)