ଭଦ୍ରକରେ ବନ୍ୟା ସ୍ଥିତି: ୨୦୫ ସ୍କୁଲ ବନ୍ଦ, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରଶାସନର ଗୁରୁତ୍ୱ

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି। ଜିଲ୍ଲାର ୪ଟି ବ୍ଲକର ୨୦୫ଟି ସ୍କୁଲକୁ ଆଜି ପାଇଁ ବନ୍ଦ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ପ୍ରଶାସନର ଘୋଷଣା ଅନୁସାରେ, ଭଦ୍ରକ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକର ସମସ୍ତ ୨୦୫ଟି ସ୍କୁଲ ଆଜି ବନ୍ଦ ରହିବ। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାରୁ ସ୍କୁଲ ଯାତାୟାତ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

କେବଳ ବନ୍ୟା ସ୍ଥିତି ନୁହେଁ, ବନ୍ୟା ପରେ ଚାଲିଥିବା ପୁନରୁଦ୍ଧାର ଓ ସ୍ୱାଭାବିକ ସ୍ଥିତି ଫେରାଇବା କାର୍ଯ୍ୟ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ନଜର ରଖିଛି। ପରିସ୍ଥିତି ସୁଧୁରିବା ପରେ ସ୍କୁଲଗୁଡ଼ିକରେ ପାଠପଢ଼ା ପୁଣି ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଭଦ୍ରକରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ଏବେ ସବୁଠାରୁ ଅଧିକ ଗୁରୁତ୍ୱ ପାଇଛି ଲୋକଙ୍କ ସୁରକ୍ଷା। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial