ଅକ୍ଷର ବ୍ୟୁରୋ: ଜଳ ଯୋଗାଣ ବ୍ୟବସ୍ଥା ସମୀକ୍ଷା ନେଇ କ୍ଷେତ୍ର ପରିଦର୍ଶନ କଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ନିଜ ନିର୍ବାଚନୀ ମଣ୍ଡଳୀ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ସଡଙ୍ଗୀ ଅଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନ ସୁଦ୍ଧା ୬୫ ଗ୍ରାମକୁ ଜଳ ଯୋଗାଣ ଆରମ୍ଭ ହେବା ସୂଚନା ପାଇ ଏହାର ସମୀକ୍ଷା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଆସନ୍ତା ମେ’ ୧୫ ସୁଦ୍ଧା ୧୦୦ଟି ଗାଁରେ ଜଳ ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରି ପ୍ରତିଶୃତି ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ଗାଁର ବିକାଶ ହିଁ ଓଡିଶାର ବିକାଶ । ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ ସବୁବେଳେ ତତ୍ପର ବୋଲି ମନ୍ତ୍ରୀ କହିଛନ୍ତି ।
ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ଘରେ ଘରେ ଟ୍ୟାପ୍ ସଂଯୋଗ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ପାଣି କଷ୍ଟ ଦୂର କରିବା ମୋହନ ସରକାରଙ୍କ ପ୍ରାଥମିକତା । ପ୍ରକଳ୍ପ କାର୍ଯ୍ୟରେ କୌଣସି ରିହାତି ଵା କୋହଳ ବରଦାସ୍ତ କରାଯିବ ନାହିଁ । ପ୍ରତି ସପ୍ତାହରେ ଅଗ୍ରଗତି ରିପୋର୍ଟ ନିଆଯିବା ସହ ଗୁଣବତ୍ତା ଓ ସମୟସୀମା ସହ କୌଣସି ଉପେକ୍ଷା ଵା ଅଣଦେଖା କରାଯିବ ନାହିଁ । ଏହାସହ ଢେଙ୍କାନାଳ ଜିଲ୍ଲା ମନ୍ଦାର ସ୍ଥିତ ନିର୍ମାଣଧୀନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ଏବଂ ନିର୍ମାଣଧୀନ ପାନୀୟ ଜଳ ପ୍ରକଳ୍ପ କତୃପକ୍ଷଙ୍କ ଉପସ୍ଥିତିରେ ସମୀକ୍ଷା କଲେ ମନ୍ତ୍ରୀ ।












Leave a Reply