ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି,ଫୁଟିବନି ଗୋଟେ ବି ଗୁଳି; DGMO ସ୍ତରୀୟ ଆଲୋଚନାରେ ନିଷ୍ପତ୍ତି ।

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପରେ ଦୁଇ ଦେଶର ସାମରିକ ଅପରେସନ୍‌ ମହାନିର୍ଦ୍ଦେଶକ (DGMO) ସ୍ତରୀୟ ଆଲୋଚନା ହୋଇଛି । ବୈଠକରେ ଉଭୟ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ଜାରି ରଖିବେ ବୋଲି ନିଷ୍ପତ୍ତି ହୋଇଛି । ସେହିଭଳି କେହି କାହା ବିରୋଧରେ ଆକ୍ରମଣାତ୍ମକ ଏବଂ ଘାତକ ଆଚରଣ ଦେଖାଇବେନି । ଏଥିସହିତ କେହି କାହା ବିରୋଧରେ ସୀମାରେ ଗୋଟିଏ ବି ଗୁଳି ନଫୁଟାଇବା ପାଇଁ ରାଜି ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟ ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସହମତ ହୋଇଛନ୍ତି । 

ପାକିସ୍ତାନୀ DGMO ଗତ ଶନିବାର ଭାରତର DGMOଙ୍କୁ ଫୋନ କରି ଗୁଳିଗୋଳା ମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ କହିଥିଲେ । ଏହାପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଅସ୍ତ୍ରବିରତି ଘୋଷଣାର ପ୍ରାୟ ୩ ଘଣ୍ଟା ପରେ ପାକିସ୍ତାନ ଶନିବାର ରାତିରେ ପୂର୍ବପରି ଅନେକ ସମୟ ଧରି ଭାରତକୁ ଟାର୍ଗେଟ୍‌ କରି ଗୁଳି‌ଗୋଳା ମାଡ଼ ସହିତ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ୧୦ ତାରିଖର ନିଷ୍ପତ୍ତି ମୁତାବକ ଏହି ଆଲୋଚନା ଗତକାଲି ମଧ୍ୟାହ୍ନରେ ହେବାକୁ ଥିଲା । କିନ୍ତୁ କୌଣସି କାରଣରୁ ସନ୍ଧ୍ୟାକୁ ଏହି ବୈଠକ ଘୁଞ୍ଚିଥିଲା । ଆଲୋଚନାରେ ଭାରତ ପକ୍ଷରୁ DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନ ପକ୍ଷରୁ DGMO ମେ‌ଜର ଜେନେରାଲ କାଶିଫ୍ ଅବଦୁଲ୍ଲା ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)