କାନ୍ଥ ଭାଙ୍ଗି ମଦ ଦୋକାନରେ ଲୁଟ୍‌! ଟଙ୍କା ସହ ୨ ବସ୍ତା ଦେଶୀ ମଦ ନେଇ ଛୁ’ ଦୁର୍ବୃତ୍ତ

ଅକ୍ଷର ବ୍ୟୁରୋ: ମଦ ଦୋକାନରେ ଦୁର୍ବୃତ୍ତଙ୍କ ବଡ଼ ଲୁଟ୍‌ । କାନ୍ଥ ଭାଙ୍ଗି ଦୋକାନ ଭିତରେ ପଶିଲେ, ନଗଦ ଟଙ୍କା ସହ ଦୁଇ ବସ୍ତା ଦେଶୀ ମଦ ଲୁଟିନେଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଏହି ଚୋରି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଅଧୀନ ବଧିନୁଆପଲ୍ଲି ଛକରେ ଥିବା ଏକ ମଦ ଦୋକାନରେ ରାତିରେ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦୋକାନର କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଦୋକାନରୁ ନଗଦ ଟଙ୍କା ସହ ଦୁଇ ବସ୍ତା ଦେଶୀ ମଦ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡ଼ିବା ପରେ ଦୋକାନ ମାଲିକଙ୍କ ପକ୍ଷରୁ ଖଲ୍ଲିକୋଟ ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଦୋକାନ ଓ ଏହାର ଆଖପାଖ ଅଞ୍ଚଳରେ ତଦନ୍ତ କରାଯାଉଛି । ଚୋରିରେ କେତେଜଣ ସମ୍ପୃକ୍ତ ଥିଲେ ଏବଂ ଲୁଟ୍‌ ପରେ ସେମାନେ କେଉଁଆଡ଼େ ଫେରାର ହୋଇଛନ୍ତି, ତାହା ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି । କାନ୍ଥ ଭାଙ୍ଗି ମଦ ଦୋକାନରେ ଏଭଳି ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଲୁଟ୍‌ ପଛରେ କିଏ ଅଛି, କେତେଜଣ ଏଥିରେ ସାମିଲ ଥିଲେ ଏବଂ ଲୁଟ୍‌ ହୋଇଥିବା ଟଙ୍କା ଓ ଦେଶୀ ମଦ କେଉଁଠି ରହିଛି ପୁଲିସର ତଦନ୍ତ ପରେ ହିଁ ଏସବୁ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial