ବ୍ରହ୍ମପୁର ଆକ୍ରମଣ ମାମଲାରେ ବଡ଼ ସଫଳତା ! ଚିନୁ ଗିରଫ, ମୁଖ୍ୟ ଅଭିଯୁକ୍ତ ‘ବଳିଆ’ ଏବେ ବି ଫେରାର

ଅକ୍ଷର ବ୍ୟୁରୋ: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ଯୁବକଙ୍କ ଉପରେ ହୋଇଥିବା ଚାଞ୍ଚଲ୍ୟକର ଆକ୍ରମଣ ଘଟଣାରେ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ମାମଲାରେ ଚିନୁ ଓରଫ ବି. ଦିଲେୟାଙ୍କୁ ଗିରଫ କରିଛି ପୁଲିସ।

ପୁଲିସ ସୂଚନା ଅନୁଯାୟୀ, ଫେରାର ଅଭିଯୁକ୍ତ ‘ବଳିଆ’ଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଚିନୁଙ୍କୁ ଗିରଫ କରାଯାଇଛି। ତଦନ୍ତରେ ଚିନୁଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆକ୍ରମଣ ଘଟଣାରେ ଜଗନ୍ନାଥ ସାହୁ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ କହିଛି। ପୂର୍ବରୁ ଜଗନ୍ନାଥଙ୍କୁ ପୁଲିସ ଏନକାଉଣ୍ଟର କରିଥିଲା। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ‘ବଳିଆ’ ଏବେ ବି ଫେରାର ରହିଥିବାରୁ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଅମ୍ବିକା ନଗର ଅଞ୍ଚଳରେ ମଙ୍ଗଳା ବେହେରାଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରି ପୁଲିସ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କ ଭୂମିକା ମଧ୍ୟ ଖତିଆନ କରୁଛି। ଫେରାର ଅଭିଯୁକ୍ତ ବଳିଆଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)