ଭାରତର ଆକ୍ରମଣରେ ଥରହର ପାକିସ୍ତାନ। ତାର ବଦଲା ନବା ପାଇଁ ଭାରତର ରାଜଧାନୀ ଦିଲ୍ଲୀ ଉପରେ ଟାର୍ଗେଟ କରି ଆକ୍ରମଣ କରିବାକୁ ଉଦ୍ୟମ କରିଛି ପାକିସ୍ତାନ। ଦିଲ୍ଲୀକୁ ଟାର୍ଗେଟ୍ କରି ଛାଡିଥିବା ମିସାଇଲ୍ କୁ ହରିୟାଣାର ସିର୍ସାରେ ଖସେଇ ଦେଇଛି ଭାରତୀୟ ସେନା। ଫତେହ-୧ କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନ ଆକ୍ରମଣ ଉଦ୍ୟମ କରିଥିଲା। ତେବେ ପାକିସ୍ତାନକୁ ମାତ ଦେଇଛି ଭାରତ। ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ୍ ମାରିଛି ପାକିସ୍ତାନର ସବୁ ଚାଲ୍। ହରିୟାଣାର ସିର୍ସାରେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ମିସାଇଲର ଖଣ୍ଡ ବିଖଣ୍ଡିତ ଅଂଶବିଶେଷ ଖେରା ଗାଁରେ ଦେଖିବାକୁ ମିଳିଥିଲା। ଯାହା ଜିଲ୍ଲା ହେଡକ୍ୱାର୍ଟର୍ସଠାରୁ ମାତ୍ର ୨ କିଲୋମିଟର ଦୂର।
ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସିକ୍ୟୁରିଟି ବ୍ୟବସ୍ଥା କଡାକଡି କରାଯାଇଛି। ଜାତୀୟ ରାଜଧାନୀରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇ ଆର୍ଲଟ ଜାରି କରାଯାଇଛି। ଦିଲ୍ଲୀ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଦେଇଛନ୍ତି। ରାଜଧାନୀର ମଲ୍, ମାର୍କେଟ, ମେଟ୍ରୋ ଷ୍ଟେସନ, ବିମାନବନ୍ଦର, ହୋଟେଲ ସମେତ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅନ୍ୟପଟେ ଶନିବାର ସକାଳୁ ଜମ୍ମୁ-କାଶ୍ମୀରର ଶ୍ରୀନଗର, ଜମ୍ମୁ, ରଜୌରୀ, ଉଦ୍ଧମପୁର ସମେତ ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ସୁରକ୍ଷାକୁ ନଜରରେ ରଖି କେନ୍ଦ୍ରୀୟ ଓ ପଶ୍ଚିମ ଭାରତର ୩୨ଟି ଏୟାରପୋର୍ଟକୁ ଆସନ୍ତା ୧୫ ତାରିଖ ଯାଏଁ ବନ୍ଦ ରଖାଯାଇଛି।











Leave a Reply