ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶ୍ନ। ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ତାମିଲନାଡୁ ମାମଲାରେ ଶୁଣାଣି ସୁପ୍ରିମକୋର୍ଟ ଦେଇଥିବା ରାୟର ମାସଟେ ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ରାଷ୍ଟ୍ରପତି ସର୍ବୋଚ୍ଚ ଅଦାଲତଙ୍କୁ ଚିଠି ଲେଖି ରାଜ୍ୟପାଳମାନଙ୍କୁ ବିଲକୁ ଅନୁମୋଦନ କରିବାକୁ ସମୟସୀମା ଲାଗୁ କରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି। ସମ୍ବିଧାନର ଧାର ୧୪୩ ଆଧାରରେ ରାଷ୍ଟ୍ରପତି ସୁପ୍ରିମକୋର୍ଟକୁ ପ୍ରଶ୍ନ କରିଛନ୍ତି।
ଏହି ଧାରା ମାଧ୍ୟମରେ ରାଷ୍ଟପ୍ରତି କୌଣସି ଆଇନଗତ ସମସ୍ୟା ଉପରେ କୋର୍ଟଙ୍କ ସହ ପରାମର୍ଶ କରିପାରିବେ। ଧାରା ୨୦୦ ଅନୁଯାୟୀ ଏକ ବିଲ୍ ଉପସ୍ଥାପନ କରାଯିବା ସମୟରେ ରାଜ୍ୟପାଳ ତାଙ୍କ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ମନ୍ତ୍ରୀ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶରେ କ’ଣ ରାଜ୍ୟପାଳ ଆବଦ୍ଧ ବୋଲି ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି। ରାଷ୍ଟ୍ରପତି ପରାରିଛନ୍ତି ଜଣେ ରାଜ୍ୟପାଳଙ୍କ ସାମ୍ବିଧାନିକ ବିବେଚନାର ପ୍ରୟୋଗ କୋର୍ଟରେ ବିଚାର ସାପେକ୍ଷ କି ? ସେ ସମ୍ବିଧାନର ଧାରା ୩୬୧ ଉଦ୍ଧୃତ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ପଦବୀର କ୍ଷମତା ଏବଂ କର୍ତ୍ତବ୍ୟ ପାଳନ ପାଇଁ କୌଣସି କୋର୍ଟଙ୍କ ନିକଟରେ ଉତ୍ତରଦାୟୀ ହେବେ ନାହିଁ।











Leave a Reply