ଅକ୍ଷର ବ୍ୟୁରୋ: ବାଲେଶ୍ଵର ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଜଣେ ମୃତ, ୧୫ ଆହତ । ଖବର ଅନୁସାରେ, ଭୁବନେଶ୍ୱର ଡୁମଡୁମା ଅଞ୍ଚଳରୁ କିଛି ଲୋକ କୋଲକାତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରୁ ବିବାହ କାର୍ଯ୍ୟ ସାରି ଡୁମଡୁମାକୁ ଏକ ଟ୍ରାଭେଲର ଯୋଗେ ବରଯାତ୍ରୀମାନେ ଭୁବନେଶ୍ୱର ଫେରୁଥିଲେ । ଫେରୁଥିବା ସମୟରେ ସେମାନେ ଆସୁଥିବା ଭ୍ୟାନ୍ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଗଛକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିରେ ଥିବା ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ ତୁରନ୍ତ ଭଦ୍ରକ ମେଡିକାଲକୁ ପଠାଯାଇ ଚିକିତ୍ସା ଚାଲିଛି । ଘଟଣା ସମ୍ପର୍କରେ ସୂଚନା ପାଇ ସିମୁଳିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
୧୬ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା; ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି, ଜଣେ ମୃତ, ୧୫ ଆହତ ।












Leave a Reply