ମେ’ ୧୫ରୁ ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ।

ମେ’ ୧୫ରୁ ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏପ୍ରିଲ ୨୮ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ ଏପ୍ରିଲ ୩୦ ତାରିଖ ସୁଦ୍ଧା ସମସ୍ତ ଖାତାଦେଖା ସମ୍ପୂର୍ଣ୍ଣ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ସ୍ଥାନରେ ଖାତା ଦେଖିବାକୁ ସେଣ୍ଟର ଆସିବାକୁ ସମସ୍ୟା ହେଉଥିଲା ।

ଫଳରେ ସକାଳେ କି ସନ୍ଧ୍ୟାରେ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୯୦ ପ୍ରତିଶତ ଖାତା ଦେଖା ସରିଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମାଲକାନଗିରି ଓ ବରଗଡରେ କିଛି ସମସ୍ୟା ଦେଖାଯାଇଥିଲା । ଏହାସହ ଅନଲାଇନ ଅପଡେସନ ପାଇଁ ଦୁଇ ଦିନ ସମୟ ଲାଗିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)