ସ୍ୱାଭାବିକ ହେଲା ୩୨ଟି ବିମାନବନ୍ଦର; ସୂଚନା ଦେଲେ ବିମାନବନ୍ଦର କର୍ତ୍ତୃପକ୍ଷ ।

ଅପରେଶନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣି ଖୋଲାଯାଇଛି। ସୋମବାର ଏକ ପ୍ରେସମିଟ୍ ଜାରି କରି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ୩୨ ଟି ବିମାନବନ୍ଦର ଖୋଲିବା ପାଇଁ AAI ବିମାନ କର୍ମଚାରୀମାନଙ୍କୁ ଏକ ନୋଟିସ (NOTAM) ଜାରି କରିଛି। ଏହି ବିମାନବନ୍ଦରଗୁଡ଼ିକ ହେଉଛି, ଉଧମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜମ୍ମୁ, ଜାମନଗର, ଯୋଧପୁର, କାଣ୍ଡଲା, କାଙ୍ଗଡା (ଗଗଲ), କେଶୋଡ, କିଶନଗଡ଼, କୁଲ୍ଲୁ ମନାଲି(ଭୁଂତର),ଲେହ, ଲୁଧିଆନା, ମୁଦ୍ରା, ନାଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରାଜସର), ସରସୱା, ଶିମଲା, ଶ୍ରୀନଗର, ଥୋଏସ ଏବଂ ଉତ୍ତରଲାଇ।

ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ୨୦୦ରୁ ଅଧିକ ବିମାନ ବାତିଲ ଏବଂ ପ୍ରଭାବିତ ହୋଇଥିଲା। ଭାରତର ବିଭିନ୍ନ ପ୍ରମୁଖ ଏୟାରଲାଇନ୍ସ ଯାଞ୍ଚ କରିବା ଏବଂ ତଦନୁସାରେ ଯାତ୍ରା କରିବା ପାଇଁ ଯାତ୍ରା ପରାମର୍ଶ ଜାରି କରିଛନ୍ତି। ୧୦ ମେ’ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ଏବଂ ରବିବାର ନିୟନ୍ତ୍ରଣ ରେଖାରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ପରିସ୍ଥିତି ପରେ, AAI ଏବଂ ଭାରତର ଅନ୍ୟାନ୍ୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ୩୨ଟି ବିମାନବନ୍ଦର ପୁନଃ ଖୋଲିବା ସମ୍ପର୍କରେ ଏକ ନୋଟିସ ଜାରି କରିଛନ୍ତି। AAI କହିଛି, ‘ଏହାକୁ ସୂଚିତ କରାଯାଉଛି ଯେ, ଏହି ବିମାନବନ୍ଦରଗୁଡ଼ିକ ଏବେ ତୁରନ୍ତ ପ୍ରଭାବରୁ ବେସାମରିକ ବିମାନ ପରିଚାଳନା ପାଇଁ ଉପଲବ୍ଧ। ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ସହିତ ସିଧାସଳଖ ବିମାନ ସ୍ଥିତି ଯାଞ୍ଚ କରିବାକୁ ଏବଂ ନିୟମିତ ଅପଡେଟ ପାଇଁ ଏୟାରଲାଇନ୍ସ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।’

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)