ଅକ୍ଷର ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାରେ ବୁଧବାର ଯବାନ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ଦେଢ଼ ଘଣ୍ଟା ଧରି ତୁମୁଳ ସଂଘର୍ଷ ଘଟିଛି । ଆଇଇଡି ବିସ୍ଫୋରଣ ଏବଂ ଗୁଳିମାଡ଼ରେ ଜଣେ ଅଧିକାରୀଙ୍କ ସମେତ ୫ଜଣ ଯବାନ ଗୁରୁତର ହୋଇଛନ୍ତି । ସୁରକ୍ଷା ବାହିନୀର ପ୍ରତି ଆକ୍ରମଣରେ ୪ରୁ ୫ଜଣ ମାଓବାଦୀ ଟଳିଥିବା ଆଶଙ୍କା କରାଯାଉଛି । ଘଟଣା ସମ୍ବେଦନଶୀଳ ଥିବାରୁ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଛି ।
ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନାଗରା ଥାନା ଅନ୍ତର୍ଗତ ସରଣ୍ଡାର ବଲିବା-ଚାରଡ଼େରା ମଧ୍ୟରେ ମାଓନେତା ମିଶିର ବେସ୍ରା, ଅସୀମ ମଣ୍ଡଳ ଏବଂ ଅନ୍ୟ ସହଯୋଗୀମାନେ ଡେରା ପକାଇଥିବା ସୂଚନା ମିଳିଥିଲା । ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ପୂର୍ବାହ୍ନ ପ୍ରାୟ ୮ଟାରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ କୋବ୍ରା ବାହିନୀ ଇନ୍ସପେକ୍ଟର ସତ୍ୟ ପ୍ରକାଶ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରିବା ଲାଗି ସାଥୀ ଯବାନ ଯିବାବେଳେ ମାଓବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଶୈଲେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାୟଙ୍କ ସମେତ ମୋଟ୍ ୪ଜଣ ଆହତ ହୋଇଥିଲେ । ମଧ୍ୟାହ୍ନରେ ଗୁରୁତର ଯବାନଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ।












Leave a Reply