ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଚାଲିଥିବା ବେଳେ ୨ ସପ୍ତାହ ମଧ୍ୟରେ ୩ ରାତି ଅନିଦ୍ରା ହେଲେଣି ମହାପ୍ରଭୁ । ଗତକାଲି ମଧ୍ୟ ପହୁଡ଼ନୀତି ହୋଇନଥିବାରୁ ସାରାରାତି ଅନିଦ୍ରା ହୋଇଛନ୍ତି ମହାପ୍ରଭୁ । ସାବିତ୍ରୀ ଅମାବାସ୍ୟା ଅର୍ଥାତ୍ ୧୬ ମେ’ ରେ ସାରା ରାତି ଅନିଦ୍ରା ହୋଇଥିଲେ ମହାପ୍ରଭୁ । ତା’ ପର ବୁଧବାର ବନକଲାଗି ନୀତି ଦିନ ମଧ୍ୟ ରାତି ଅନିଦ୍ରା ହୋଇଥିଲେ ମହାପ୍ରଭୁ । ପୁଣି ଗତକାଲି ରାତିରେ ମଧ୍ୟ ପହୁଡ଼ ନୀତି ହୋଇ ନଥିବା ବେଳେ ସାରା ରାତି ଅନିଦ୍ରା ହୋଇଛନ୍ତି ମହାପ୍ରଭୁ । ଗତକାଲି ମଳ ମାସ ଏକାଦଶୀରେ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ରହିଥିଲା । ଅନ୍ୟାନ୍ୟ ନୀତି ସାରି ବଡ଼ସିଂହାର ବେଶ ହେବା ବେଳକୁ ଭୋର୍ ୪ଟା ୫୫ ହୋଇଥିଲା । ତେବେ ଭିତର ଚନ୍ଦନ ଯାତ୍ରା ସମୟରେ ପ୍ରାୟ ପ୍ରତ୍ୟେକ ଦିନ ବିଳମ୍ବରେ ଅର୍ଥାତ୍ ଭୋର୍ ୩ଟା ୪ଟା ପାଖାପାଖି ପହୁଡ଼ ନୀତି ହେଉଛି । ଏହାମଧ୍ୟରେ ୩ ରାତି ଠାକୁରଙ୍କ ପହୁଡ଼ ନୀତି ହୋଇନାହିଁ ।
ପହୁଡ଼ନୀତି ହୋଇନଥିବାରୁ ସାରାରାତି ଅନିଦ୍ରା ରହିଲେ ମହାପ୍ରଭୁ !











Leave a Reply