ଅକ୍ଷର ବ୍ୟୁରୋ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟ କଠୋର ରାୟ ଶୁଣାଇଛନ୍ତି। କୋର୍ଟ କୋରାପୁଟ ଜିଲ୍ଲା ହାତିମୁଣ୍ଡା ଗାଁର ଦୁର୍ଯ୍ୟଧନ ଗୌଡ଼ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଆହୁରି ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଏହି ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ସେହିପରି ପୀଡ଼ିତାଙ୍କ ପୁନର୍ବାସ ଓ ସହାୟତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ୧୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ୨୦୨୫ ମସିହା ମେ ୧୭ ତାରିଖରେ ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳରେ ବାଲିଯାତ୍ରା ଦେଖିବାକୁ ଯାଇଥିବା ବେଳେ ନାବାଳିକା ନିଖୋଜ ହୋଇଥିଲେ। ଏନେଇ ଖାତିଗୁଡ଼ା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଦୁର୍ଯ୍ୟଧନ ଗୌଡ଼ଙ୍କୁ ଗିରଫ କରିଥିଲା। ମାମଲାର ବିଚାର ସମୟରେ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ଭିତ୍ତି କରି କୋର୍ଟ ଦୋଷୀଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି।














Leave a Reply