ଅକ୍ଷର ବ୍ୟୁରୋ: ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବା ପ୍ରତିବାଦରେ ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ଛକ ନିକଟରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହମ୍ପସ୍ (ସ୍ପିଡ୍ ବ୍ରେକର) ନିର୍ମାଣ ଦାବି କରି ଗ୍ରାମବାସୀ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ରାସ୍ତାରୋକ ଯୋଗୁଁ ପିତାପଲ୍ଲୀଠାରୁ ତାଳଖେଦା ଛକ ପର୍ଯ୍ୟନ୍ତ ଦୀର୍ଘ ଟ୍ରାଫିକ୍ ଜାମ ସୃଷ୍ଟି ହୋଇଛି। ଯାତ୍ରୀ ଓ ଗାଡ଼ିଚାଳକମାନେ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।
ସୂଚନା ଅନୁସାରେ, ଆଜି ସକାଳେ ଗଙ୍ଗପଡ଼ା ଛକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବିସ୍ଫୋରଣ ଘଟିଥିଲା।
ଅନ୍ୟପଟେ, ଏହି ଅଞ୍ଚଳରେ ଫ୍ଲାଇଓଭର ନିର୍ମାଣ କାମ ଚାଲିଥିବାରୁ ପ୍ରତିଦିନ ଭାରି ଟ୍ରାଫିକ୍ ଚାପ ସୃଷ୍ଟି ହେଉଛି। ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ହମ୍ପସ୍ ନିର୍ମାଣ ସହ ସ୍ଥାୟୀ ସଡ଼କ ସୁରକ୍ଷା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣାସ୍ଥଳରେ ଇନ୍ଫୋଭ୍ୟାଲି ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପରିସ୍ଥିତି ସ୍ୱାଭାବିକ କରିବାକୁ ପ୍ରୟାସ ଜାରି ରଖିଛି।














Leave a Reply