ରାଜସ୍ଥାନରେ ଅଦିନିଆ ରଥଯାତ୍ରା ଉପରେ ବ୍ରେକ୍; ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହେଲା ଆୟୋଜନ

ଅକ୍ଷର ବ୍ୟୁରୋ: ରାଜସ୍ଥାନରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ନେଇ ଉଠିଥିବା ବିବାଦରେ ନୂଆ ମୋଡ଼ ଆସିଛି। ପ୍ରଶାସନର ହସ୍ତକ୍ଷେପ ପରେ ସିକର ଜିଲ୍ଲାରେ ଆଜି ଆୟୋଜିତ ହେବାକୁ ଥିବା ଏହି ରଥଯାତ୍ରାକୁ ବନ୍ଦ କରାଯାଇଛି। ଏନେଇ ସିକର ଜିଲ୍ଲାପାଳ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ରଥଯାତ୍ରା ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବିଶ୍ୱ ସନାତନ ଧର୍ମ ସେବା ସଂଗଠନ ପକ୍ଷରୁ ରାଜସ୍ଥାନରେ ଏହି ରଥଯାତ୍ରା ଆୟୋଜନ କରିବାର ଯୋଜନା ଥିଲା। କିନ୍ତୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ତିଥି ବାହାରେ ରଥଯାତ୍ରା ଆୟୋଜନକୁ ନେଇ ଆପତ୍ତି ଉଠିଥିଲା। ଏହାପରେ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରି କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଛି।

ସିକର ଜିଲ୍ଲାପାଳ ଏହି ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଆନୁଷ୍ଠାନିକ ଭାବେ ଅବଗତ କରାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଶତାବ୍ଦୀ ପୁରୁଣା ପରମ୍ପରା ଓ ନୀତିକାନ୍ତି ସହ ଜଡ଼ିତ ଥିବାରୁ ଏହାକୁ ନେଇ ଭକ୍ତମାନଙ୍କ ଭାବନା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ତେଣୁ ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ ହେବା ଘଟଣା ଏବେ ଧାର୍ମିକ ଓ ସାମାଜିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)