ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆଜି ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଭବାନୀପାଟଣା ରେଳ ଷ୍ଟେସନଠାରେ ପହଞ୍ଚିବା ମାତ୍ରେ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀମହେଶ୍ଵର ସାହୁ ଏବଂ କଳାହାଣ୍ଡି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକେଶରୀ ଦୁର୍ଗାଙ୍କ ନେତୃତ୍ଵରେ ଶତାଧିକ କାର୍ଯ୍ୟକର୍ତ୍ତା ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରି ପାଛୋଟି ନେଇଥିଲେ।

ସେଠାରୁ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲାପରିଷଦ ସଭା ଗୃହ ପରିସରରେ ଆୟୋଜିତ ନୂତନ ରାସନ କାର୍ଡ ବଣ୍ଟନ ମେଳାରେ ଯୋଗ ଦେଇଥିଲେ। ଏବଂ ଜିଲ୍ଲାର ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲପାଳ ଏବଂ ବିଭାଗୀୟ ଅଧିକାରୀ ଆଦି ଉପସ୍ଥିତ ଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଫଳପ୍ରଦ କରିବା ଏବଂ ଲୋକମାନଙ୍କୁ ଜୀବନସାରା ସ୍ୱଳ୍ପ ମୂଲ୍ୟରେ ଏବଂ ଉପଯୁକ୍ତ ପରିମାଣରେ ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ଯୋଗାଇ ଦେବା, ଏବଂ ସମ୍ମାନର ସହ ଖାଦ୍ୟଗ୍ରହଣ ଅଧିକାର ଦେବା ନିମନ୍ତେ ମୋହନ ସରକାର ନେଉଥିବା ସମସ୍ତ ପଦକ୍ଷେପ ଜନସାଧାରଣଙ୍କ ନିକଟରେ ପହଞ୍ଚୁ ଏବଂ ସମସ୍ତେ ତାର ସୁବିଧା ନିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)