ଖଣ୍ଡପଡ଼ା ଅଞ୍ଚଳରୁ ୬୦୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ଗୋଇନ୍ଦା ବିଭାଗ ।

ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ଦେଶୀ ମଦ ଚାଲଣାକୁ ଜବତ କରିଛି କଟକ ଅବକାରୀ ଗୋଇନ୍ଦା ବିଭାଗ । ଆଜି ଇନ୍ସପେକ୍ଟର ଧିରେନ କୁମାର ବେହେରାଙ୍କ ନେତୃତ୍ବରେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ରାଜକିଆରି ଛକ ଠାରେ ଚଢ଼ାଉ କରି ୬୦୦ ଲିଟର ଦେଶି ମଦ ସହ ଗୋଟିଏ TATA Indigo କାରକୁ ଜବତ କରି ଜଣକୁ ଗିରଫ କରିଛି ଅବକାରୀ ବିଭାଗର ଏକ ଟିମ୍ । ଗିରଫ ବ୍ୟକ୍ତି ଜଣକ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମର ଦିଵ୍ୟରଞନ ଜେନା(୨୨) ବୋଲି ଜଣାପଡିଛି । ଉକ୍ତ ଚଢ଼ାଉରେ ଅବକାରୀ ସବ-ଇନ୍ସପେକ୍ଟର ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ ଥଵିର ପଟ୍ଟନାୟକ, ଅବକାରୀ ସିପାହୀ ସଂଜୟ ଦାଶ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ତେବେ ଏହି ମଦ କେଉଁଠୁ ଆସିଥିଲା ଏବଂ କେଉଁଠାକୁ ଯାଉଥିଲା ଏହାର ଆଉ ଶାଖା ଆଉ କେଉଁଠାରେ ଅଛି ବୋଲି ପୋଲିସ ତାର ତର୍ଜମା କରୁଛି । ସଂପୃକ୍ତ ବ୍ୟକ୍ତିକୁ ସମସ୍ତ କଥା ପଚରାଉଚରା କରି ସବୁ ତଥ୍ୟ ସଂଗ୍ରହ କରିବ ବୋଲି ପୋଲିସ ସୂଚନା ଦେଇଛି । ଏହାସହ ମଦ କାରବାରରେ ଅନ୍ୟ କେତେ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ଏବଂ ମୁଖ୍ୟ ଆସାମୀ କିଏ ବହୁତ ଶ୍ରୀଘ୍ର ଜାଣି ଧରିବ ବୋଲି ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)