ଶ୍ରୀମନ୍ଦିରରେ ଆସନ୍ତାକାଲି ଦିନ ୧୦ଟାରୁ ବନ୍ଦ ରହିବ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ । ରତ୍ନଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ନିମନ୍ତେ ଶ୍ରୀମନ୍ଦିର ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି । ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କାଲି ରତ୍ନାଳଙ୍କାର ସବୁକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ପ୍ରବେଶ ବନ୍ଦ ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ଯାଏଁ କଟକଣା ବଳବତ୍ତର ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ପରେ ଦର୍ଶନ ସ୍ବାଭାବିକ ହେବ । ଆନନ୍ଦବଜାରରୁ ମହାପ୍ରସାଦ ନେଇପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ଆସନ୍ତାକାଲି ଦିନ ୧୦ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର; ରତ୍ନଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ନିମନ୍ତେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ।












Leave a Reply