ସିଏଜି ରିପୋର୍ଟରୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅନିୟମିତତା ଟଙ୍କା ଖର୍ଚ୍ଚ ଧରାପଡିଛି ।

ସିଏଜି ରିପୋର୍ଟରୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅନିୟମିତତା ଟଙ୍କା ଖର୍ଚ୍ଚ ଧରାପଡିଛି । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । କିନ୍ତୁ ତାହା ଯେଉଁ କାମରେ ଲାଗିବା କଥା ସେ କାମରେ ଲାଗୁନାହିଁ । ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଉତ୍କଳ ବିଶ୍ୱବିଦ୍ୟାଳୟକୁ ୨୦୧୫-୨୦ରେ ମିଳିଥିଲା ୧୮ କୋଟି ଟଙ୍କାର ଅନୁଦାନ ମିଳିଥିଲା । ଚାରିଟି ଡିଜି ସେଟ୍ କିଣିବାରେ ୩୭.୦୮ ଲକ୍ଷ ଏବଂ ସାଇନ୍‌ବୋର୍ଡ କିଣାରେ ୨୧.୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । କୁଳପତିଙ୍କ ଡାଇନିଂ ଟେବୁଲ, ସୋଫା, ଶଯ୍ୟା ଓ ଚୌକି କିଣାରେ ୬.୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୧.୩୮ କୋଟି ଟଙ୍କାରେ ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍‌ଟପ୍ କିଣାଯାଇଥିଲା । ସେହି ଲାପ୍‌ଟପ୍‌ଗୁଡ଼ିକୁ ବିଭିନ୍ନ ବିଭାଗର ଷ୍ଟାଫ୍‌ମାନଙ୍କ ଭିତରେ ବାଣ୍ଟିଦିଆଯାଇଥିଲା । ଏବଂ ୧୬ଟି ଲ୍ୟାପ୍‌ଟପ୍ ଦୁଇବର୍ଷ ପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପଡ଼ିରହିଥିଲା ।

ଚଣ୍ଡିଖୋଲରେ ୫.୭୫ କୋଟି ଟଙ୍କା ବ୍ୟୟରେ ଏକ କୋଠା ନିର୍ମାଣ କରିଥିଲେ କିନ୍ତୁ ସେଥିପାଇଁ ବିଦ୍ୟୁତ୍‌ ସଂଯୋଗର ବ୍ୟବସ୍ଥା କରିବାକୁ ଭୁଲିଗଲେ ପରେ କୋଠାର ଅନେକ ବୈଦ୍ୟୁତିକ ଉପକରଣ, ସାନିଟାରି ଫିଟିଙ୍ଗ୍‌ସ ଓ ଗ୍ରିଲ୍‌ ଚୋରି ହୋଇଗଲା । କମ୍ପ୍ୟୁଟର କିଣାରେ ଅନିୟମିତତା କେବଳ ଉତ୍କଳ ବିଶ୍ୱବିଦ୍ୟାଳୟରେ ସୀମିତ ନଥିଲା, ବିପିୟୁଟିରେ ମଧ୍ୟ ୧୮୦ଟି ଡେସ୍କଟପ୍ କମ୍ପ୍ୟୁଟର କିଣି ତାହାକୁ ବିଭିନ୍ନ ବିଭାଗ ଭିତରେ ବାଣ୍ଟି ଦିଆଯାଇଥିଲା । ସେହିଭଳି ରମାଦେବୀ ମହାବିଦ୍ୟାଳୟରେ ପ୍ରକଳ୍ପର ମୂଲ୍ୟ ୪୦.୫୭ କୋଟି ଟଙ୍କାରୁ ଏବେ ୫୫.୬୭ କୋଟି ଟଙ୍କାକୁ ବୃଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)