ଅକ୍ଷର ବ୍ୟୁରୋ: କଟକ ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇପଡ଼ିଲେ ଜଣେ ଯୁବକ । ବ୍ରିଜ ଉପରେ କାର୍ ଥୋଇ ଯୁବକ ଜଣକ ଡେଇଁ ପଡିଥିବା ସୂଚନା । ଯୁବକ ଜଣକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ । ତେବେ ଶକ୍ତିକାନ୍ତ ଘରୁ ରାଗିକି ପଳାଇ ଆସିଥିଲେ ବୋଲି ସୂଚନା ମିଳିଛି । ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜା ଖୋଜି ଜାରି ରଖିଛି । ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି । ସୂଚନା ଅନୁସାରେ, ଗତକାଲି ରାତିରୁ ଏକ କାର ସନ୍ଦେହ ଜନକ ଭାବରେ ପୋଲ ଉପରେ ଥୁଆହୋଇଥିବା ସ୍ଥାନୀୟ ଲୋକ ଦେଖି ପୋଲିସ୍ କୁ ଖବର ଦେଇଥିଲେ । ପରେ କାର ନମ୍ୱର୍ ରୁ ଏହା ଭୁବନେଶ୍ୱର ଅଞ୍ଚଳର ହୋଇଥିବା ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।
କଟକ ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବକ; ଅଗ୍ନିଶମ ବିଭାଗ ଦ୍ୱାରା ଖୋଜା ଖୋଜି ଜାରି ।












Leave a Reply