କାର୍ତ୍ତିକ ବ୍ରତ ଉପଲକ୍ଷେ ତିନି ଦିନ ଛୁଟି ରହିବ ଓଡ଼ିଶା ହାଇକୋର୍ଟ ।

ଅକ୍ଷର ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ସୋମବାର କାର୍ତ୍ତିକ ବ୍ରତ ଉପଲକ୍ଷେ ଛୁଟି ରହିବ । ଏହି ଛୁଟି ପ୍ରତିବଦଳରେ ନଭେମ୍ବର ୨୯ (ଶନିବାର)କୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି । ଏ ସଂକ୍ରାନ୍ତରେ ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପକ୍ଷରେ ହାଇକୋର୍ଟ କ୍ୟାଲେଣ୍ଡରରେ ନଭେମ୍ବର ୪ ଧବଳେଶ୍ୱର ପୂଜା ବା ବଡ଼ଓଷା ଏବଂ ୫ରେ ରାସ ପୂର୍ଣ୍ଣିମା ହେତୁ ପୂର୍ବରୁ ଛୁଟି ରହିଛି । ତେଣୁ ହାଇକୋର୍ଟ ୩ରୁ ୫ ତାରିଖ ଯାଏଁ ତିନି ଦିନ ଛୁଟି ରହିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)