ଅକ୍ଷର ବ୍ୟୁରୋ: ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ନିଷ୍ପତ୍ତି । କହିଲେ ଆଉ ନିର୍ବାଚନ ଲଢ଼ିବିନି । ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି ଦେଲେ ସୂଚନା । ନିର୍ବାଚନ ଲଢ଼ିବାର ଇଛା ନାହିଁ, ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର । କିନ୍ତୁ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ କରିବି । ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରି ସାରିଛି । ଗଞ୍ଜାମରେ ବିଜେପି ଗତ ନିର୍ବାଚନରେ ବହୁତ ଭଲ କରିଛି । ଦଳ ପାଇଁ ଆମକୁ ବହୁତ କିଛି କରାଯିବାର ଅଛି । ସେ କହିଛନ୍ତି, ମୁଁ ଆଜି ଯାହା ହୋଇଛି ତାହା ମୋ ଦଳ ପାଇଁ । ମୁଁ ସଂଗଠନ ପାଇଁ କାମ କରିବି । ଦଳକୁ ଅଧିକ ମଜବୁତ କରିବାକୁ ପଡିବ । ଯୁବ ନେତୃତ୍ୱକୁ ଆମେ ବାଟ ଛାଡିବା ଦରକାର ବୋଲି ସେ କହିଛନ୍ତି ।
ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।












Leave a Reply