ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଲା ରକ୍ତ; ଠାକୁରଙ୍କର ହେଲା ବଡ଼ ମହାସ୍ନାନ ନୀତି ।

ଅକ୍ଷର ବ୍ୟୁରୋ: ପୁରୀ ଶ୍ରୀମନ୍ଦିରର ଗର୍ଭଗୃହରେ ପଡ଼ିଲା ରକ୍ତ । ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଝିଆ । ସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ହେଲା ବଡ଼ ମହାସ୍ନାନ ନୀତି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶୁକ୍ରବାର ମଧ୍ୟାହ୍ନ ଧୂପ ପରେ ବୋଝିଆ ମାନେ ଭୋଗ ବୋହୁଥିବା ବେଳେ ଜଣେ ବୋଝିଆ ଗର୍ଭଗୃହରେ ପଡ଼ି ଯାଇଥିଲେ । ତଳେ ପଡ଼ିଯିବାରୁ ସମ୍ପୃକ୍ତ ବୋଝିଆଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ବୋଝିଆ ଶାସନ ଦାମୋଦରପୁରର ଅଶୋକ ପ୍ରଧାନ । ଅଶୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ବଡ଼ ମହାସ୍ନାନ ନୀତି ଚାଲିଛି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ବଡ଼ ମହାସ୍ନାନ ନୀତି ସରିବା ପରେ ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)