ପହଲଗାମ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଏହି ଆତଙ୍କବାଦୀ ଆକ୍ରମଣରେ ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନ ପୁଅ ଦିନେଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଦିନେଶ ଛତିଶଗଡ଼ ରାୟପୁରରେ ଦୀର୍ଘ ଦିନ ହେବ ବାସ କରୁଥିଲେ। ତେଣୁ ତାଙ୍କ ପାର୍ଥିବ ଶରୀରକୁ ରାୟପୁର ଅଣାଯାଇଛି।
ସୂଚନା ଅନୁସାରେ, ଦିନେଶ ଗତ ୧୯ ତାରିଖରେ ନିଜ ୨୦ତମ ବିବାହ ବାର୍ଷିକୀ ସେଲିବ୍ରେଟ୍ କରିବା ପାଇଁ ନିଜ ପତ୍ନୀ, ପୁଅ, ଝିଅଙ୍କ ସହ କଶ୍ମୀର ବୁଲିବା ପାଇଁ ଯାଇଥିଲେ। ସେଠାରେ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି।












Leave a Reply