ବିଧାନସଭା ଆରମ୍ଭରୁ ଗଙ୍ଗାଜଳ ଛିଞ୍ଚିଲେ ବିଜେଡି ବିଧାୟକ

ଅକ୍ଷର ବ୍ୟୁରୋ: ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୁର୍ବରୁ ଗଙ୍ଗାଜଳ ଛିଞ୍ଚିଲେ ବିଜେଡି ବିଧାୟକ। ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବା କଥା କହିଛନ୍ତି ବିଜେଡି ବିଧାୟକ। ହାତରେ କଳସ ଧରି ଗୃହ ମଧ୍ୟରେ ଗଙ୍ଗାଜଳ ପକେଇଥିଲେ ବିଜେଡି ବିଧାୟକ। ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ଅନୁରୋଧ କରିଥିଲେ ଗୃହ ଭିତରକୁ କଳସ ଧରି ନ ଆସିବା ପାଇଁ ଯାହା ପରେ ବିଜେଡିର ବିଧାୟକମାନେ ବାହାରକୁ ଚାଲିଯାଇଥିଲେ। ତେବେ ଏଭଳି କରିବାର କାରଣ ହେଉଛି ବିଧାନସଭାରେ ପୋଲିସ୍‌ ପଶି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିବା ଘଟଣା। ତାଙ୍କ କହିବା ଅନୁସାରେ ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା। ଯାହାଫଳରେ ବିଧାନସଭା ଅପବିତ୍ର ହୋଇଛି, ଯାହାର ସୁଦ୍ଧି ହବା ନିହାତି ଦରକାର ବୋଲି କହିଛନ୍ତି ବିଜେଡି ବିଧାୟକ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)