ଆଜିଠାରୁ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା; ୧୪ ତାରିଖ ପର୍ଯ୍ୟନ୍ତ ହିଟ୍ ୱେଭ ନେଇ ସତର୍କତା ଜାରି ।

ଅକ୍ଷର ବ୍ୟୁରୋ: ଶନିବାରଠାରୁ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ । ୧୩ରୁ ପଶ୍ଚିମ ଓଡ଼ିଶାରେ ନିଆଁ ମାଡ଼ । ପାଣିପାଗ ବିଭାଗର ସତର୍କତା, ସୋମବାର ବେଳକୁ ବଲାଙ୍ଗିର ୪୬ ଡିଗ୍ରୀ ଓ ବରଗଡ଼ ୪୫ ଡିଗ୍ରୀ ସେଲସିୟସ୍ ତାତିରେ ଜଳିବ । ଭୁବନେଶ୍ୱର ବି ୩୯ ଡିଗ୍ରୀ ଡହଡହ ଖରାରେ ସିଝିବ । ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଖ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଏବଂ ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ) ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବାବେଳେ ଲୋକେ ସତର୍କ ରହିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)