ରାଜ୍ୟରେ ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ MP ଓ MLA।

ଏଣିକି ରାଜ୍ୟରେ ଶିକ୍ଷକ ବଦଳି ପାଇଁ MP ଓ MLA କରିପାରିବେ ସୁପାରିସ। ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ(ପ୍ରାଥମିକ ଏବଂ ମାଧ୍ୟମିକ ଉଭୟ ଅନ୍ତର୍ଭୁକ୍ତ)ବଦଳି ସୁପାରିସ କରିପାରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ ସାଂସଦ ଓ ବିଧାୟକ। ଏପଟେ ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବେ ।

ଚଳିତ ମାସ ୧୫ରୁ ଜୁନ ୧୫ ତାରିଖ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ। ସେହିପରି ରାଜ୍ୟସଭା ସାଂସଦ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଷ୍ଟ ପଠାଇବେ। ଆଉ ଏହି ସମୟ ଭିତରେ ହୋଇଥିବା ସୁପାରିଶ ଆଧାରରେ ହିଁ ବଦଳି କରାଯାଇପାରିବ ବୋଲି ଏ ସଂପର୍କିତ ଏକ ଚିଠିରେ ଉଲ୍ଲେଖ କରିଛି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)