ମହମ୍ମଦ ମୋକିମ୍ ଙ୍କ ନୂଆ ରାଜନୈତିକ ଦଳ; ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଚର୍ଚ୍ଚା ଜୋର୍ ।

ଅକ୍ଷର ବ୍ୟୁରୋ: ମହମ୍ମଦ ମୋକିମ୍ ଙ୍କ ରାଜନୈତିକ ନୂଆ ଦଳ ଘୋଷଣା । ତେବେ କଣ ରହିବ ନାଁ ସେ ନେଇ ନିଷ୍ପତ୍ତି ହୋଇ ନାହିଁ । ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହେବ ବୋଲି ସୂଚନା ରହିଛି । ସୋମବାର ବସିଥିବା ବୈଠକରେ ଏହି ନିଷ୍ପତି ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରୀୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ନାଁ ଘୋଷଣା କରାଯିବ । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ଯେଉଁଥିରେ ଦଳର ନାଁ ରେଜିଷ୍ଟ୍ରେସନ ନେଇ ମତାମତ ନିଆଯାଇଥିଲା । ଓଡ଼ିଶା ଜନତା କଂଗ୍ରେସ ନାଁ ଦିଆଯିବ ବୋଲି କିଛି ଅନ୍ତିମ ନିଷ୍ପତି ହୋଇ ନାହିଁ । ମାର୍ଚ୍ଚ ମାସ ଶେଷ ବେଳକୁ ଦଳର ଅନ୍ତିମ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବ । ପରେ ଆମେ ସୂଚନା ରଖିବୁ ବୋଲି ମୋକିମ କହିଛନ୍ତି । ଓଡ଼ିଶା ଜନ କଂଗ୍ରେସ, ଲୋକ କଂଗ୍ରେସ କିମ୍ବା ଓଡ଼ିଶା ଜନତା କଂଗ୍ରେସ ନାଁ ଦିଆଯାଇପାରେ । ସେ ନେଇ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି । ଶୁଭେଚ୍ଛୁ ମାନଙ୍କର ମତ ନିଆଯାଉଛି ବୋଲି ମୋକିମ କହିଛନ୍ତି । ଯାହା ନାଁ ରଖାଯିବ ସେଥିରେ ଓଡ଼ିଶା ଏବଂ କଂଗ୍ରେସର ନାଁ ରହିବ । ଆମ ଚିନ୍ତାଧାରା ଧର୍ମନିରପେକ୍ଷ । ଦଳ ପଞ୍ଜୀକୃତ ହେବା ପରେ ସୂଚନା ଦିଆଯିବ ବୋଲି ମୋକିମ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)