ଅକ୍ଷର ବ୍ୟୁରୋ: ଅନଲାଇନରେ ଟିକେଟ ବିକ୍ରି । ସାଇଟ୍ ଖୋଲୁ ଖୋଲୁ ସରିଗଲା ଟିକେଟ । ଅନଲାଇନ ଟିକେଟ ବିକ୍ରି ସରିଲା ଏବେ କାଉଣ୍ଟର ଟିକେଟକୁ ଅପେକ୍ଷା । ବାରବାଟୀ ଷ୍ଟାଡିୟମ୍ରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକେଟ ବିକ୍ରି ହୋଇଛି । ଅନଲାଇନ ପ୍ରାୟ ଦୁଇହଜାର ଟିକେଟ ବିକ୍ରି ହବାର ଥିଲା । ଅପରାହ୍ନ ୨ଟାରେ ଗ୍ୟାଲେରି ଟିକଟ ପାଇଁ ବିକ୍ରି ଆରମ୍ଭ ହୋଇଥିଲା । ବିକ୍ରି ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସବୁ ଟିକେଟ ବିକ୍ରି ହୋଇଯାଇଥିଲା । ଗ୍ୟାଲେରି ନମ୍ବର ୨, ୪, ୭ରୁ କିଛି ଏବଂ ଏସି ବକ୍ସ, ନ୍ୟୁ ପାଭିଲିୟନ, ସ୍ପେଶାଲ ଏନ୍କ୍ଲୋଜରର ଟିକଟ ଅନ୍ଲାଇନରେ ଉପଲବ୍ଧ ଥିଲା । କିନ୍ତୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର କେଇ ମିନିଟ ଭିତରେ ଟିକେଟ ସରିଯାଇଥିଲା । ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ଜିଲ୍ଲା ସଂଘ, କ୍ଲବ, ସ୍କୁଲ୍ ଆଦି ଅନୁଷ୍ଠାନକୁ ଟିକଟ ବିକ୍ରି କରାଯିବ । ଚଳିତ ବର୍ଷ ବାରବାଟୀରେ ଦର୍ଶକ ସାମର୍ଥ୍ୟ ପାଖାପାଖି ୪୨ ହଜାର ରହିଥିବା ବେଳେ ସେଥିରୁ ୨ ହଜାର ଟିକଟ ଅନ୍ଲାଇନରେ ବିକ୍ରି ହୋଇଛି । ୫ ତାରିଖରୁ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ।
ଅନଲାଇନରେ ଟିକେଟ ବିକ୍ରି: ସାଇଟ୍ ଖୋଲୁ ଖୋଲୁ ସରିଗଲା ଟିକେଟ ।












Leave a Reply