ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୨ଦିନ ମଧ୍ୟରେ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ।

ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ମଧ୍ୟରେ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନ ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି କହିଛନ୍ତି ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ସେହିପରି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା ହୋଇଛି । ମେ ୬ ତାରିଖ ବଦଳରେ ଆଗୁଆ ଛୁଟି ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ଆବଶ୍ୟକ ପଡିଲେ ରାଜ୍ୟରେ ଅଙ୍ଗନବାଡି ବନ୍ଦ ରହିବ ।

ଏହା ପୂର୍ବରୁ ମନ୍ତ୍ରୀ କହିଥିଲେ ଏସଓପି ବାହାରେ ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କରାଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଯଦି ଜିଲ୍ଲାପାଳ ଅନୁଭବ କରନ୍ତି ତେବେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇ ପାରିବେ । ସେହିପରି ରାଜ୍ୟରେ ଗ୍ରୀଷ୍ପ ପ୍ରବାହକୁ ନେଇ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ସମୀକ୍ଷା କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)