ତାଳଚେର ବସ୍ ମାଲିକ ସଂଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ

ତାଳଚେର: ତାଳଚେର ଘରୋଇ ବସ୍ ମାଲିକ ସଂଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଇନ୍ ପରାମର୍ଶଦାତା ହରେକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଣୀପାର୍କ ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ନିର୍ବାଚନରେ ଆଗାମୀ ୨୦୨୫-୨୬ ବର୍ଷ ନୂତନ ସଭାପତି ଭାବେ ଇଂ ଶ୍ରୀକାନ୍ତ କୁମାର ପାଣି ଏବଂ ସଂପାଦକ ଭାବେ ସୁରେଶ ଚନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ସୁମନ ଚନ୍ଦ୍ର ବେହେରା, ସହ ସଂପାଦକ ଭାବେ ବିକାଶ ମହାନ୍ତି, କୋଷାଧ୍ୟକ୍ଷ ଭାବେ ମଦନ ମୋହନ ମହାନ୍ତିଙ୍କୁ ଚୟନ କରାଯାଇଛି । ସେହିପରି  କାର୍ଯ୍ୟକାରୀ ସଦସ୍ୟ ଭାବେ ସଞ୍ଜୟ ଘଟୁଆରୀ, ଅଭିନାଶ ସାହୁ, ସୁଭ୍ରାଂଶୁ ଶେଖର ସେନାପତି, ସୌମ୍ୟ ପ୍ରଧାନ, ତୁଷାର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ଏହି ଅବସରରେ ନୂତନ ସଭାପତି ଶ୍ରୀ ପାଣିଙ୍କୁ ସଂଘର ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)