ସୁକୁମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନଙ୍କୁ ମିଳିଲା ବଡ ସଫଳତା ,ସୁଡଙ୍ଗ ଭିତରେ ବନ୍ଧୁକ କାରଖାନା

ଅକ୍ଷର ବ୍ୟୁରୋ : ସୁଡଙ୍ଗ ଭିତରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା । ସୁକୁମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନ ମାନଙ୍କୁ ମିଳିଛି ବଡ ସଫଳତା । ସୁଡଙ୍ଗ ଭିତରୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି ଯବାନ । ଗତ ୨ ଦିନ ଧରି ଦକ୍ଷିଣ ବସ୍ତର ଅନ୍ତର୍ଗତ ସୁକୁମା, ବିଜାପୁର ଓ ତେଲେଙ୍ଗାନାରେ ବଡ ଧରଣର ଅପରେସନ ଲଂଚ କରା ଯାଇ ଥିବା ବେଳେ ୧୨ ମାଓବାଦୀ ଏହି ଅପରେଶନରେ ପ୍ରାଣ ହରାଇ ଥିଲେ । ତେବେ ସୁକୁମା ବିଜାପୁର ସୀମାବର୍ତ୍ତୀ ତଲପେରୁ ଏ ତୁମରେଲ ନଦୀ ମଝୀରେ ମାଟି ତଳୁ ଗୋଟିଏ ବଡ ମାଓ ଡମ୍ପ ଠାବ ହୋଇଥିଲା । ତେବେ ମାଟି ତଳ ସୁଡଙ୍ଗ ଖୋଜି ଖୋଜୁ ଯେଉଁ ଚିତ୍ର ସାମନାକୁ ଆସିଥିଲା, ତାହା ଯବାନଙ୍କ ହୋଶ ଉଡାଇ ଦେଇଥିଲା । ମାଟି ତଳେ ଥିଲା ବନ୍ଧୁକ ତିଆରି କାରଖାନା । ଲେଥ୍ ମେଶିନ ସହ କଟିଙ୍ଗ ମେଶିନ, ଡ୍ରିଲ ମେଶିନ୍ ଆଦି ସହ ପୁରା କାରଖାନା ଠାବ ହୋଇ ଥିଲା ମାଟିତଳୁ। ମାଟି ତଳେ ପୋତା ହୋଇ ଥିଲା ବଣ୍ଡଲ ବଣ୍ଡଲ ବିଦ୍ୟୁତ ତାର, ବନ୍ଧୁକ ତିଆରି ଲାଗି ବିଭିନ୍ନ ମାପରେ ପାଇପ୍। ବେମା ତିଆରି ଲାଗି କାଚ ବୋତଲ ଇତ୍ୟାଦି। ତେବେ ଏହି କାରଖାନାକୁ ନଷ୍ଟ କରିଛନ୍ତି ଡିଆରଜି ଯବାନ। ସୂଚନା ଅନୁସାରେ, ଗତ ୧୬ ତାରିଖଠାରୁ ୨ ଦିନ ଧରି ଦକ୍ଷିଣ ବସ୍ତର ଅଂଚଳ ଅର୍ଥାତ ସୁକୁମା ବିଜାପୁର ସୀମାବର୍ତ୍ତୀ ପାମେଡ ଅଂଚଳରେ ମାଓବାଦୀଙ୍କ ପିଏଲଜିଏ ବାଟାଲିୟନ ନମ୍ବର-୧ ଓ ମାଓବାଦୀଙ୍କ ସିଆରସି ଟିମ୍ ସହ ଗୁଳି ବିନିମୟ ଜାରି ରହିଛି । ଗୁରୁବାର ସର୍ଚ ଅପରେଶନ ପରେ ୫ ମହିଳା ସମେତ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ୩ଟି ବିଜିଏଲ ଲଂଚର ସମେତ ୧୨ ଟି ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଯବତ କରିଛନ୍ତି ଯବାନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial