ନିକଟରେ ବିଭିନ୍ନ ଟେଲିକମ୍ କମ୍ପାନୀ ନିଜର ରିଚାର୍ଜ ପ୍ଲାନ୍ର ଦାମ୍ରେ ପରିବର୍ତ୍ତନ ସହ କିଛି କିଛି ନୂଆ ପ୍ଲାନ୍ ମଧ୍ୟ ଲଞ୍ଚ କରିଛନ୍ତି। ସେହିପରି BSNL ମଧ୍ୟ ଅନେକ ରିଚାର୍ଜ ପ୍ଲାନ୍ ଆଣିଛି। ଫଳରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଉତ୍ତମ ସୁବିଧା ଓ ବିଭିନ୍ନ ବିକଳ୍ପକୁ ନଜରରେ ରଖି ଉପଭୋକ୍ତାମାନେ BSNLକୁ ପସନ୍ଦ କରୁଥିବା ଦେଖାଯାଉଛି। ନିକଟରେ BSNL ଗ୍ରାହକଙ୍କୁ ଖୁସି କରିବା ପାଇଁ ଅନେକ ରିଚାର୍ଜ ପ୍ଲାନ୍ ଆଣିଛି।
BSNL ଦୀର୍ଘ ସମୟରୁ ନିଜର ଶସ୍ତା ଓ ଅଧିକ ସମୟସୀମା ପ୍ଲାନ୍ ପାଇଁ ବେଶ ଜଣାଶୁଣା। BSNL ନିକଟରେ ୭୦ ଦିନ, ୪୫ଦିନ, ୧୫୦ ଦିନ,୧୬୦ ଦିନ, ୧୮୦ ଦିନ, ୩୬୫ ଓ ୪୨୫ ଦିନ ପାଇଁ ମଧ୍ୟ ରିଚାର୍ଜ ପ୍ଲାନ୍ ରହିଛି। ନିକଟରେ କମ୍ପାନୀ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି ଯାହା କମ୍ ଦାମ୍ରେ ହାଇ-ସ୍ପିଡ୍ ଡାଟା ଦେଇଥାଏ।
BSNL ନିଜର ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି ୩୯୯ ଟଙ୍କାର ପ୍ଲାନ୍। ଏଥିରେ ମାସକୁ ୭୦ ଜିବି ଡାଟା ପ୍ରଦାନ କରାଯାଉଛି। ଏହାସହ ଡାଟା ରୋଲଓଭରର ମଧ୍ୟ ସୁବିଧା ରହିଛି। ଯେଉଁଥିରେ ୨୧୦ ଜିବି ପର୍ଯ୍ୟନ୍ତ ଡାଟା ଆସନ୍ତା ମାସ ପାଇଁ ରଖି ପାରିବେ। ଏହି ପ୍ଲାନ୍ରେ ମାଗଣା କଲିଙ୍ଗ୍ ସହ ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ଲାନ୍ ଖାସ୍ ହେବାର କାରଣ ଦିନକୁ ମାତ୍ର ୧୩ ଟଙ୍କାରେ ସମସ୍ତ ପ୍ରକାର ସୁବିଧା ମିଳିପାରୁଛି।












Leave a Reply