ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ କାଳୀୟଦଳନ ନୀତି ଅନୁଷ୍ଠିତ ।

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଆଜି ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀବିଗ୍ରହଙ୍କ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । କାଳୀୟଦଳନ ବେଶରେ ମହାପ୍ରଭୁ ଉଭା ହେବେ । ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ ଦର୍ଶନ ଦେବେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ । କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି ଆଖ୍ୟାୟିକା ସ୍ମୃତିରେ ବଡ଼ଦେଉଳରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)