ବାରହା ଫାଶରେ ପଡ଼ି କଲରା ପତିରିଆ ବାଘର ମୃତ୍ୟୁ; ୨ ଶିକାରୀ ଗିରଫ, ବନ୍ୟଜନ୍ତୁ ଅଙ୍ଗପ୍ରତ୍ୟଙ୍ଗ ଜବତ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ଜରଡ଼ ଗାଁରେ କଲରା ପତିରିଆ ବାଘର ମୃତ୍ୟୁ ଘଟଣାରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଘଟଣାର ତଦନ୍ତ ପରେ ଖଲ୍ଲିକୋଟ ବନ ବିଭାଗ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି କଲରା ପତିରିଆ ବାଘର ମୃତ୍ୟୁ ଘଟିଥିଲା।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଜରଡ଼ ଗାଁ ନିକଟସ୍ଥ ଏକ କ୍ରସର ପାଖରେ ଗଛରେ ଝୁଲିଥିବା ଅବସ୍ଥାରେ କଲରା ପତିରିଆ ବାଘର ମୃତଦେହ ଠାବ ହୋଇଥିଲା। ବାଘ ଶରୀରରେ କ୍ଷତଚିହ୍ନ ଥିବାରୁ ଶିକାର ସନ୍ଦେହ କରାଯାଇଥିଲା। ପରେ ବନ ବିଭାଗର ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ, ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ଫାଶରେ ପଡ଼ି ବାଘଟିର ମୃତ୍ୟୁ ଘଟିଛି।

ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବାରହା ଶିକାରରେ ବ୍ୟବହୃତ ଫାଶ ସାମଗ୍ରୀ, ବିଭିନ୍ନ ବନ୍ୟଜନ୍ତୁଙ୍କ ଦାନ୍ତ, ଚମଡ଼ା, ହାଡ଼ ସମେତ ଅନ୍ୟାନ୍ୟ ସନ୍ଦେହଜନକ ସାମଗ୍ରୀ ଜବତ କରିଛି ବନ ବିଭାଗ। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏହି ଚୋରା ଶିକାର ରାକେଟ୍‌ ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)