ବେଆଇନ ବାଣ ଗୋଦାମରେ ପୋଲିସର ଚଢ଼ାଉ, ବିପୁଳ ବାଣ ଜବତ

ଅନୁଗୁଳ: ବେଆଇନ ବାଣ କାରବାର ଉପରେ ପୋଲିସର ବଡ଼ ଆକ୍ସନ। ଅନୁଗୁଳ ଜିଲ୍ଲା କଣିହା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ବାଣ ଗୋଦାମ ଉପରେ ଅଚାନକ ଚଢ଼ାଉ କରିଛି ପୋଲିସ। ଏହି ଚଢ଼ାଉରେ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ ହୋଇଥିବାବେଳେ ବେଆଇନ ଭାବେ ବାଣ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, କଣିହା ଥାନା ଅନ୍ତର୍ଗତ ବିଜିଗୋଳ ଗାଁରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଅନୁଗୁଳ ସ୍ପେଶାଲ ସ୍କ୍ୱାର୍ଡ ଓ ଏନଟିପିସି ପୋଲିସର ଏକ ମିଳିତ ଟିମ୍ ସମ୍ପୃକ୍ତ ଗୋଦାମ ଉପରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଗୋଦାମରେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଣ ଜବତ କରିଥିଲା ପୋଲିସ। ଏହାସହ ବେଆଇନ ବାଣ ବିକ୍ରିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ କାବୁ କରି ଗିରଫ କରାଯାଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି। ବେଆଇନ ବାଣ କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହି କାରବାରର ଚେର କେତେ ଦୂର ଲମ୍ବିଛି, ସେନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial