ଗିଡ଼ିପାବାଲି ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି, ମାଟି ତଳୁ ମିଳିଲା ଶିଶୁ ଓ ମହିଳାଙ୍କ ମୃତଦେହ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ଭୂସ୍ଖଳନ ସ୍ଥଳରୁ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ରହିଛନ୍ତି। ଏହା ପୂର୍ବରୁ ଘଟଣାସ୍ଥଳରୁ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଫଳରେ ଏହି ଦୁଃଖଦ ଭୂସ୍ଖଳନ ଘଟଣାରେ ମୋଟ ମୃତଦେହ ଉଦ୍ଧାର ସଂଖ୍ୟା ୪ରେ ପହଞ୍ଚିଛି। ଅନ୍ୟପଟେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ର ଅଭିଯାନ ଜାରି ରହିଛି। ମାଟି ଅତଡ଼ା ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ଜୋରଦାର ଖୋଜାଖୋଜି ଚାଲିଛି। ଉଦ୍ଧାରକାରୀ ଦଳ ପ୍ରତ୍ୟେକ ସମ୍ଭାବ୍ୟ ସ୍ଥାନରେ ଯାଞ୍ଚ କରୁଥିବା ବେଳେ ଅଭିଯାନର ପରବର୍ତ୍ତୀ ଅପଡେଟ୍‌କୁ ଅପେକ୍ଷା କରାଯାଇଛି। ଏହି ଭୟାବହ ଘଟଣାକୁ ନେଇ ଗିଡ଼ିପାବାଲି ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକାଧିକ ଜୀବନ ହାନି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖ ଓ ଉଦ୍‌ବେଗ ପ୍ରକାଶ ପାଇଛି। ମାଟି ତଳେ ଆଉ କେହି ଅଛନ୍ତି କି ନାହିଁ, ଉଦ୍ଧାରକାରୀ ଟିମ୍‌ର ଅଭିଯାନ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial