ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ। ରାଜ୍ୟର ବରିଷ୍ଠ IAS ଅଧିକାରୀଙ୍କ ବିଭାଗ ଓ ଦାୟିତ୍ୱରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରୂପା ମିଶ୍ର, ଗିରିଶ ଏସ୍.ଏନ୍., ଅଶ୍ୱତୀ ଏସ୍. ଏବଂ ବିଷ୍ଣୁପଦ ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ଏହି ପ୍ରଶାସନିକ ଅଦଳବଦଳକୁ ନେଇ ରାଜ୍ୟ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ନୂଆ ନିଯୁକ୍ତି ଅନୁସାରେ, ବରିଷ୍ଠ IAS ଅଧିକାରୀ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ଗିରିଶ ଏସ୍.ଏନ୍.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଅଶ୍ୱତୀ ଏସ୍.ଙ୍କୁ ସିଟି ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ (CEO) ଭାବେ ନିଯୁକ୍ତ କରାଯିବା ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେହିପରି ବରିଷ୍ଠ IAS ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଏହି ନୂଆ ନିଯୁକ୍ତି ଓ ଦାୟିତ୍ୱ ପରିବର୍ତ୍ତନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁସଂଗଠିତ ଓ ଗତିଶୀଳ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।














Leave a Reply