ନିଖୋଜ ନାବାଳକର ମିଳିଲା ମୃତଦେହ; ଘର ପାଖ ଲାଟିନ ଟାଙ୍କିରୁ ମିଳିଲା ମୃତଦେହ

ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲା ଡେ଼ଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରତନପୁର ଗ୍ରାମର ଅପହୃତ ୧୧ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ତାଙ୍କ ଘର ପାଖରେ ଥିବା ପରିତ୍ୟକ୍ତ ଘର ଲାଟିନ ଟାଙ୍କି ରୁ ମିଳିଛି। ସୂଚନା ମୁତାବକ ଗତ ୭ଦିନ ଧରି ମୃତ ଆଶୀର୍ବାଦ ଘରୁ ନିଖୋଜ ଥିଲା, ୭ ଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳିପାରିନଥିଲା। ପୋଲିସ ଟିମ୍ ର ବାରମ୍ବାର ଖୋଜା ଖୋଜି ପରେ ମଧ୍ୟ ମିଳିନଥିଲା କୌଣସି ସୁରାକ। ତେବେ ବିଶେଷ ସୂତ୍ରରୁ ପୋଲିସ ଅପହୃତ ବାଳକର ସମ୍ପର୍କୀୟ ଦାଦା ପ୍ରଭାକର ସାହୁକୁ ରାତି ଅଧରେ ଉଠାଇ ନେଇ ପଚରା ଉଚରା କରିବାପରେ ଅଭିଯୁକ୍ତ ନିଜେ ବୋଲି ସ୍ୱୀକାର କରିବା ସହ ନିଜେ ପିଲାଟିକୁ ମାରି ଲାଟିନ ଟାଙ୍କିରେ ଲୁଚାଇଥିବା କଥା ସାମ୍ନା କୁ ଆସିଥିଲା ଏବଂ ଘଟଣା ସ୍ଥଳକୁ ପୋଲିସ ନିଜେ ଯାଇ ମୃତଦେହ ଉଦ୍ଧାର କରିଥିଲା। ନାବାଳକର ଗୁପ୍ତାଙ୍ଗ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାରୁ ବଢିଛି ମର୍ଡର ମିଷ୍ଟ୍ରି। ଉଲଗ୍ନ ଓ ଗୁପ୍ତାଙ୍ଗ କଟା ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ହତ୍ୟାକାଣ୍ଡ ପଛରେ ଅନେକ କଥା ଶୁଣିବାକୁ ମିଳୁଛି। ପରେ ପୋଲିସ୍ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ପୋଲିସ ନିଜ ହେପାଜତ କୁ ନେଇଥିବା ଜଣା ପଡ଼ିଛି ।

ସୂଚନା ଅନୁଯାୟୀ, ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ପରଠୁ ସନ୍ଧାନୀ କୁକୁର ଛାନଭିନ୍ ଚଳାଇଥିଲା। ଦୁଇ-ତିନିଥର ସନ୍ଧାନୀ କୁକୁର ପ୍ରଭାକର ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଛି। ତେବେ କାହିଁକି ପ୍ରଭାକର ସାହୁ ଆଶୀର୍ବାଦ ସାହୁକୁ ଏପରି ଦୟନୀୟ ଅବସ୍ଥାରେ ମାରିଲା। ଏବଂ ତା’ପଛର କାରଣ କ’ଣ ହେଇଥାଇ ପାରେ ବୋଲି ଏଯାଏଁ ସ୍ପଷ୍ଟ ହୋଇନି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)