ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଶୁକ୍ରବାର ନୂଆପଡ଼ା ରାସ୍ତା ଓ ଗୃହ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭୁବନେଶ୍ୱର, ପିପିଲି (ପୁରୀ) ଓ ନୂଆପଡ଼ା ସମେତ ଅନ୍ୟ ସ୍ଥାନରେ ମଧ୍ୟ ଚାଲିଛି ଚଢ଼ାଉ । ଏହି ଚଢ଼ାଉ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ୭ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ।

ଭୁବନେଶ୍ୱର ଲିଙ୍ଗିପୁର ସ୍ଥିତ ଗଙ୍ଗୋତ୍ରି ନଗରରେ ଥିବା ୩ ମହଲା କୋଠା, ଲିଙ୍ଗିପୁରରେ ଥିବା ନିର୍ମାଣଧୀନ କୋଠା, ପିପିଲି ବିଲିପଡ଼ାର ଫାର୍ମ ହାଉସ, ଭୁବନେଶ୍ୱର ବ୍ରିଟ୍ କଲୋନୀରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ନୂଆପଡ଼ାରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି । ସେହିପରି ଭୁବନେଶ୍ୱର କେଦାର ଲେନ୍ ଓ ଗ୍ୟାରେଜ ଛକରେ ଥିବା ତାଙ୍କର ବିଭିନ୍ନ ପ୍ଲଟରେ ରେଡ୍ କରୁଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)