ପ୍ରବଚନ ଦେବା ବେଳେ ଚାଲିଗଲା ପ୍ରବଚକଙ୍କ ଜୀବନ,ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଘଟଣା ଘଟିଛି ଭଦ୍ରକ ବ୍ଲକ ସାହାଡା ପଞ୍ଚାୟତରେ । ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ ପ୍ରବଚକ। ଯାହା ଶୁଣିଲେ ସମସ୍ତେ ଚକିତ ହେବେ। ଭଦ୍ରକ ବ୍ଲକ ସାହାଡା ପଞ୍ଚାୟତରେ ଥିବା ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ପ୍ରବଚକ ଭାବେ ଯୋଗଦେଇଥିଲେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ବିଶିଷ୍ଠ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ । ତେବେ ଗତକାଲି ଦ୍ଵିତୀୟ ଦିବସ ସନ୍ଧ୍ୟାରେ ଅଧ୍ୟାପକ ତଥା ରାମ ଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜ ପ୍ରବଚନ ଦେଉଥିବା ବେଳେ ହଠାତ୍ ଟଳିପଡ଼ିଲେ ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)