ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ପ୍ରତିବାଦ

ଦେବଗଡ ପୌରାଞ୍ଚଳ ପ୍ରଧାନପାଟ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଗତକାଲି ଜିଲ୍ଲା ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଏବଂ ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜୁ ପଟ୍ଟନାୟକଙ୍କୁ ବାରମ୍ବାର ଅପମାନ କରୁଥିବା ଅଭିଯୋଗରେ ବିଜେଡି ପକ୍ଷରୁ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ଜିଲ୍ଲା ବିଜେଡିର ଯୁବ, ମହିଳା, ଛାତ୍ର ଓ ସଂଖ୍ୟାଲଘୁ ସଂଗଠନର ଶତାଧିକ କର୍ମୀ ପ୍ରଧାନପାଟ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ଅସହିଷ୍ଣୁ ମନୋଭାବ ଓ ଜନ ସାଧାରଣଙ୍କ ମନରୁ ବିଜୁ ବାବୁଙ୍କୁ ଲିଭାଇବାର ଅପଚେଷ୍ଟାକୁ ଦୃଢ ନିନ୍ଦା କରିବା ସହ ଜନସାଧାରଣ ଭାଜପାର ଏଭଳି ହୀନ ଉଦ୍ୟମର ଉଚିତ ଜବାବ ଦେବେ ବୋଲି ପ୍ରକାଶ କରିଥିଲେ। ଏହି ପ୍ରତିବାଦ ସଭାରେ ବିଜେଡି ନେତା ଚନ୍ଦ୍ରଶେଖର ଭୁକ୍ତା, ହୀରାଲାଲ ସାହୁ, ମନୋଜ କୁମାର ପ୍ରଧାନ, ବିଭୁତି ଗଂଗଦେବ, କାମାକ୍ଷା ପ୍ରସାଦ ଗଂଗଦେବ, ଅନିଲ କୁମାର ରଣା, ସମୀର କୁମାର ପ୍ରଧାନ, ସୁଶାନ୍ତ କୁମାର ନାୟକ, ଅରୁଣି ପ୍ରଧାନ, ଅନିତା ପାତ୍ର, ସୁଜାତା ପାତ୍ର, ଭବାନୀ ଶଙ୍କର ସାହୁ, ସଞ୍ଜୀବ ନାଏକଙ୍କ ସମେତ ବହୁ ଦଳୀୟ ମହିଳା ଓ ପୁରୁଷ କର୍ମୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)