ବିଜେଡିରୁ ନିଲମ୍ବିତ ହେଲା ପରେ ଶ୍ରୀମୟୀ ମିଶ୍ରଙ୍କ ପ୍ରତିକ୍ରିୟା :

ବିଜେଡିରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର । ଗତକାଲି ବିଜେଡ଼ି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି । ବିଜେଡି ଆଜି ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ନିଲମ୍ବନ କରିଛି । ଶ୍ରୀମୟୀ ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ । ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରୁଥିବା କୁହାଯାଉଛି ।

ତେବେ ସସପେଣ୍ଡ ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ ମିଶ୍ର । ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ସେୟାର କରି ଶ୍ରୀମତୀ ମିଶ୍ର କହିଛନ୍ତି, ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର । ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ। ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)