ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ । ରବିବାର ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ଚନ୍ଦନଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତରକାଠ ନିକଟରେ ଦର୍ଶନ କରିଛନ୍ତି । ଚନ୍ଦନଲାଗି ପରେ ସେବାୟତ ପରିବାରବର୍ଗ ମଧ୍ୟ ଭିତରକାଠ ପର୍ଯ୍ୟନ୍ତ ଯିବା କେହି କେବେ ଦେଖିନାହିଁ । ଏକଥା ଜାଣି ମଧ୍ୟ ଜଣେ ବରିଷ୍ଠ ସେବାୟତ ୧୫ ଜଣ ଭକ୍ତଙ୍କୁ ନେଇ ଭିତରକାଠ ନିକଟରେ ଦର୍ଶନ କରାଇବାର ସୁଯୋଗ ଦେଇଛନ୍ତି । ସେଠାରେ ଭକ୍ତ ଦର୍ଶନ କରିବା ବେଳେ ଗର୍ଭଗୃହରୁ ସେବାୟତମାନେ ବଡ଼ ପାଟିରେ ବାରଣ ମଧ୍ୟ କରିଥିଲେ । ହେଲେ କେହି ଏହାକୁ ଭ୍ରୂକ୍ଷେପ କରି ନଥିଲେ । ଏଭଳି ନୀତି ବ୍ୟତିକ୍ରମ କାରଣରୁ ହଜାରେ ବର୍ଷର ପରମ୍ପରା ଭାଙ୍ଗିଥିବା କୁହାଯାଉଛି ।
ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ; ବାହାର କାଠ ଡେଇଁ ଭିତରକାଠ ନିକଟରେ ଦର୍ଶନ କଲେ ଭକ୍ତ ।












Leave a Reply